ଖୋର୍ଦ୍ଧା,୦୨/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ପ୍ରବଳ ଘନକୁହୁଡ଼ି ହେତୁ ଜନ ଜୀବନ ଅସ୍ତବ୍ୟସ୍ତ।ଶନିବାର ସକାଳୁ ସକାଳୁ ଏହି ପ୍ରବଳ ମାତ୍ରାରେ ଘନ କୁହୁଡି ଦେଖିବାକୁ ମିଳିଥିଲା ବେଗୁନିଆ ଅଞ୍ଚଳରେ। କୁହୁଡ଼ି ଯୋଗୁଁ ରାସ୍ତା ଘାଟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ଘନ କୁହୁଡି ପାଇଁ ଖୋର୍ଦ୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁଇ ଦୁଇଟି ସଡ଼କ ଦୁର୍ଘଟଣା।ବାଘମାରୀ ବେଗୁନିଆ ମଧ୍ୟରେ ଗୋଟିଏ ବସ ସହିତ ମିନିଟ୍ରକ ଧକ୍କା ହୋଇଥିବା ବେଳେ ଦୁଇଟି ଯାକ ଗାଡ଼ି ଭାଙ୍ଗି ଯାଇଛି ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।ସେପଟେ ବାଘମାରୀ ସାରୁଅ ମଝିରେ ଥିବା ଏକ ବ୍ରିଜ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି। ତେବେ ଏଥିରେ ମଧ୍ୟ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାପଡିଛି। ତେବେ ସଙ୍କୋଚିତ ରାସ୍ତା ହେତୁ ପ୍ରାୟ ତିନିଘଣ୍ଟା କାଳ ରାସ୍ତା ଯାମ ପାଇଁ ରାସ୍ତାରେ ବହୁ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା।ଯାହାଫଳରେ ଦୂର ଦୁରାନ୍ତରୁ ବହୁ ଗାଡି ମଟର ଗୁଡୁମୁ ଦୁର୍ଗାପୁର ଦେଇ ଯାତାୟତ କରିଥିଲେ।ଦୀର୍ଘ ସମୟ ପରେ ବାଘମାରୀ ପୋଲିସ କ୍ରେନ ଦ୍ୱାରା ଟ୍ରକ ଟିକୁ ସ୍ଥାନାନ୍ତର କରିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।
Recent Comments