କଣିହାଁ,୨୧/୧୧/୨୦୨୪(ଆଧାର ମିଡ଼ିଆ)ଅନୁଗୋଳ ଜିଲା କଣିହାଁ ବ୍ଲକ ବାଲିପଶି ପଂଚାୟତ ଅନ୍ତର୍ଗତ ପଳାଶବାହାଳୀ ନିଆଳୁ ଭାୟା କୁଆଧରା ରାସ୍ତାର ପଳାଶବାହାଳୀ ନାଳରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଭୂମିପୂଜନ କରାଯାଇଛି।ଏହି ପରୀପ୍ରେକ୍ଷୀରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଆଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ଉକ୍ତ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ନଡିଆ ବାଡେଇ ଭୂମିପୂଜନ କରିଥିଲେ।ସେଠାରେ ବିଜେପି ରେଙ୍ଗାଳି ମଣ୍ଡଳ ସଭାପତି ତ୍ରିପୁରାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଂସଦ ଓ ବିଧାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ ଉକ୍ତ ସେତୁ ଦ୍ଵାରା କଣିହାଁ ବ୍ଲକ ତଥା ସ୍ଥାନୀୟ ଗ୍ରାମବାସୀମାନଙ୍କ ଯାତାୟତରେ ସୁଗମ ହେବ।ଦେବଗଡ଼ ଜିଲ୍ଲା କୁ ମଧ୍ଯ ଯାତାୟତ ସୁଗମ ହୋଇପାରିବ ବୋଲି କହିଥିଲେ।ଉକ୍ତ ସେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୪କୋଟି ୩୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ।ଏଥି ସାଂସଦ ଓ ବିଧାୟକ ଗଣ୍ଡମଳା ପଂଚାୟତ ପରିସରରେ ଆୟୁଷ ମେଡିକାଲ ନୁତନ ଗୃହ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର।ଏଥି ସହିତ ସାଂସଦ ଓ ବିଧାୟକ ଗଣ୍ଡମଳା ପଂଚାୟତ ପରିସରରେ ଆୟୁଷ ମେଡିକାଲ ନୁତନ ଗୃହ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ, ପରାବିଲ ସରକାରି ଧନ୍ଦାମୁଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ନିମିତ୍ତ ଭିତ୍ତପ୍ରସ୍ତର ସ୍ଥାପନ କରିଥଲେ।ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲା ଉପସଭାପତି ନୃସିଂହ ଚରଣ ବରାଳ,ଜିଲା କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନ,ମଣ୍ଡଳ ସଂପାଦକ ହରେକୃଷ୍ଣ ପ୍ରଧାନ,ଲୋକନାଥ ସାହୁ,ସୁଶାନ୍ତ ସାମଲ,ଟିକନ ପ୍ରଧାନ,କର୍ଣ୍ଣ ଭୁତିଆ,ବସନ୍ତ ମଞ୍ଜରି ପ୍ରଧାନ,ପରାବିଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସାହୁ,ଶିକ୍ଷାବିତ୍ ରମେଶ ଚନ୍ଦ୍ର ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ମୋନାଲିଶା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ପୁର୍ବରୁ ସାଂସଦ ବିଧାୟକ ମଣ୍ଡୁଆ ଆଶ୍ରମ ପରିଦର୍ଶନ କରିଥିଲେ।
Recent Comments