କଣ୍ଟାମାଳ,୨୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ- ପ୍ରଭଞ୍ଜନ ପୁରୋହିତ)ସ୍ବେଛାସେବୀ ଅନୁଷ୍ଠାନ ୱାଇ.ସି.ଡ଼ି.ଏ ତରଫରୁ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମରେ ଏକ ମାଣ୍ଡିଆ କ୍ଷେତ୍ର ଦିବସ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜାମୁପାଲି ଗ୍ରାମ ଠାରେ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ୍ ର ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ସାହୁ ଉପସ୍ଥିତ ରହି ଚାଷୀ ମାନଙ୍କ ପାଇଁ ବହୁ ହିତକାରୀ କଥାବସ୍ତୁ ସବୁ ଆଲୋଚନା ମାଧ୍ୟମରେ ବୁଝାଇ ଥିଲେ।ଯଥା - ଜୈବିକ ପ୍ରଣାଳୀରେ ମାଣ୍ଡିଆ ଜାତୀୟ ଚାଷ କରି ଚାଷୀ ମାନେ ଯେପରି କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେବେ,ସାର ଓ କୀଟନାଶକ ଯଥା ସମ୍ଭବ କମ୍ ବ୍ୟବହାର କରି ମୃତ୍ତିକା କୁ ମଧ୍ୟ କିପରି ତାହାର ଉର୍ବରତା ବଜାୟ ରଖିବେ,ଚାଷ କରିବା ପୂର୍ବରୁ ମୃତ୍ତିକା ପରୀକ୍ଷା କରାଇବେ ଏବଂ ଏବେ ଠାରୁ ମୃତ୍ତିକା ର ଯତ୍ନ ନ ନେଲେ ଆମେ ଭବିଷ୍ୟତରେ ବହୂତ ଅସୁବିଧାର ସମ୍ମୁଖୀନ ହେବା ବୋଲି ଶ୍ରୀଯୁକ୍ତ ସାହୁ ଆଲୋଚନା କରିଥିଲେ। ଚାଷୀ ମାନଙ୍କ ପାଇଁ ମାଣ୍ଡିଆ ଚାଷ ର ସୁବିଧା ଓ ଉପକାରିତା,ମାଣ୍ଡିଆ ଜାତୀୟ ଖାଦ୍ୟ ଖାଇବା ର ଉପକାରିତା,ଚାଷ ର ପଦ୍ଧତି,ସରକାରଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି,ଚାଷ ପାଇଁ ଯନ୍ତ୍ରପାତି ର ବ୍ୟବହାର ଓ ସୁବିଧା,ମଣ୍ଡି ରେ ବିକ୍ରି କରିବାର ସୁବିଧା ଗୁଡ଼ିକ ଉପରେ ଏବଂ ଏହି କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଚାଷୀ ସାମିଲ୍ ହୋଇ ଲାଭବାନ୍ ହେବା ସହିତ ସମସ୍ତେ ମାଣ୍ଡିଆ ଜାତୀୟ ଖାଦ୍ୟ ଦୈନନ୍ଦିନ ଖାଦ୍ୟ ଥାଳିରେ ସାମିଲ୍ କରିବା ଉପରେ ଶ୍ରୀ ଅନ୍ନ ଅଭିଯାନ କଣ୍ଟାମାଳ ବ୍ଲକ ର ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଗୌରୀ ଶଙ୍କର ଥାଟି ତାଙ୍କର ଅଭିଭାଷଣରେ ଚାଷୀ ମାନଙ୍କୁ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ପଞ୍ଚାୟତ ର ଖାଇରମାଳ, ତୁଳସୀପୁର ଓ ଜାମୁପାଲି ଗ୍ରାମରୁ ପ୍ରାୟ ଏକ ଶହ ମହିଳା ଏବଂ ପୁରୁଷ ଚାଷି ଉପସ୍ଥିତ ଥିଲେ।ଉପସ୍ଥିତ ଥିବା କିଛି ମହିଳା ଏବଂ ପୁରୁଷ ଚାଷି ଙ୍କୁ ନେଇ ମାଣ୍ଡିଆ କ୍ଷେତ୍ର ରେ ଫସଲ କାଟ କରାଯାଇଥିଲା।ଶେଷରେ ସହକାରୀ ବ୍ଲକ୍ ସଂଯୋଜକ ଶ୍ରୀଯୁକ୍ତ ଅନିଲ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
Recent Comments