ଭଟଲି/ବରଗଡ଼/୨୫/୧୧/୨୦୨୪(ଆଧାର ମିଡ଼ିଆ): ଭଟଲି ବ୍ଳକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ଏକ ସାଙ୍ଗଠନିକ ବୈଠକ ଭଟଲି ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭଟଲି ବ୍ଲକ କୁଲତା ସମାଜ ସଭାପତି ସଞ୍ଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ମାଧବ ପ୍ରସାଦ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ସହିତ ସଭା ପରିଚାଳନା କରିଥିଲେ। ଏଥିରେ ଭଟଲି ବ୍ଲକ କୁଲତା ସମାଜକୁ ସୁଦୃଢ କରିବା ପାଇଁ ଭଟଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କୁଲତା ସମାଜର ସଭ୍ୟ ମାନଙ୍କୁ ନେଇ ଏକ କାର୍ଯ୍ଯକାରିଣୀ କମିଟି ଗଠନ କରାଯିବାକୁ ପ୍ରସ୍ତାବ ଆଗତ କରାଗଲା । ଏହି ପରୀପ୍ରେକ୍ଷୀରେ ସଞ୍ଜୟ କୁମାର ପ୍ରଧାନଙ୍କୁ ସଭାପତି, ଖିରୋଦ୍ର ସାହୁ ଓ ବୈରାଗୀ ସାହୁଙ୍କୁ ଉପସଭାପତି, ମାଧବ ପ୍ରସାଦ ସାହୁଙ୍କୁ ସାଧାରଣ ସମ୍ପାଦକ, ରାଜାରାମ ସାହୁ ଓ ଦୁଃଖନାଶନ ସାମଲଙ୍କୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା । ଏହା ସହିତ ମାର୍ଗଦର୍ଶକ ଭାବରେ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା । ଏଥିରେ ସୌରିଚରଣ ବାରିକ, ନିତ୍ୟାନନ୍ଦ ପ୍ରଧାନ, ଜଗଦୀଶ ସାହୁ, ରୂପରାଜ ସାହୁ, ଲୋକନାଥ ଭୋଇ, ଜଗଦିଶ ସାହୁ, ବନବସ ପଧାନ, ନାରାୟଣ ସାହୁଙ୍କ ସମେତ ବହୁ ଅଭିଜ୍ଞ ବ୍ୟକ୍ତିଙ୍କ ମନୋନୀତ କରାଗଲ । ଘନଶ୍ୟାମ ପଧାନ କୋଷାଧ୍ୟକ୍ଷ, ଫିରୋଜ ସାହୁ, ଅମରେଶ ପଧାନ, ଶ୍ରୀପତି ଭୋଇ, ବିରୁପାକ୍ଷ ପଧାନ, ରାଜିନ୍ଦ୍ର ସାହୁ, ମୋତିରାମ ସାହୁ, ଗୌର ପଧାନ, ବିଜୟ ପଧାନ, ଅଧିକାରୀ ପଧାନ ଏବଂ କମଗାଁ ପୀଠରୁ ଶ୍ୟାମସୁନ୍ଦର ଗଡତିଆ ଉପସ୍ଥିତ ଥିଲେ । ଶେଷରେ ରାଜାରାମ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Recent Comments