ଢେଙ୍କାନାଳ/୨୪/୧୨/୨୦୨୪/( ଆଧାର ମିଡ଼ିଆ),ରିପୋର୍ଟ-ମନସ୍ମିତା ନାୟକ : ଢେଙ୍କାନାଳ ଜିଲ୍ଲା ଲେଖକ ସାଂସଦ ଠାରେ,ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷ ଅଧିକ୍ଷକ ପ୍ରଭାତ ବିଶ୍ୱାଳ, ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ, ଜ଼ିଲ୍ଲା ସମାଜ ମଙ୍ଗଳ ପ୍ରୋଗ୍ରାମ ଅଫିସର ମନ୍ଦାକିନୀ ଦେଇ, ବିଶ୍ୱଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ଓ ନିର୍ଦେଶକ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବରେ ଡ଼. ବେଣୁଧର ସେନାପତି ନିର୍ଦେଶକ ରୁଚିକା ସମାଜ ମଙ୍ଗଳ ସଂସ୍ଥା ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ | ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦେଶ୍ୟ, ଜିଲ୍ଲାରେ ବୃଦ୍ଧି ପାଉଥିବା ବାଲ୍ୟ ବିବାହ, ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ଉପରେ ବକ୍ତ୍ୟବ୍ୟ ରଖିଥିଲେ। ସରକାରୀ ତଥ୍ୟ (NFHS) ଅନୁଯାୟୀ ଶତକଡା ୨୩ ଭାଗ ବାଲ୍ୟବିବାହ ହେଉଥିବା ବେଳେ ଅଙ୍ଗନବାଡ଼ି କର୍ମୀ,ପୋଲିସ ପ୍ରଶାସନ,ଶିଶୁ ସୁରକ୍ଷା ବିଭାଗର ଭୂମିକା ଗୁରୁତ୍ୱପୁର୍ଣ ବୋଲି ମତ ପ୍ରକାଶ କରିଥିଲେ।
ଅତିରିକ୍ତ ଆରକ୍ଷ ଅଧିକ୍ଷକ ତାଙ୍କ ବକ୍ତବ୍ୟରେ ମାନବ ଅଧିକାର, ନୀତିଦିନ ଘଟୁଥିବା ଶିଶୁମାନଙ୍କ ସମସ୍ୟା ଓ ତାହାର ମୂଳ କାରଣ ଉପରେ କହିଥିଲେ | ଶିଶୁ ଯୌନ ନିର୍ଯାତନା ବିରୋଧରେ ପ୍ରଚଳନ ହଉଥିବା POCSO ଆଇନ ବିଷୟରେ ଆଲୋକପାତ କରିଥିଲେ | ଶିଶୁ ପୀଡିତ ମାନଙ୍କୁ ନ୍ୟାୟ ଯୋଗେଇବାରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |
ଲକ୍ଷ୍ମଣ କୁମାର ସାହୁ ଶିଶୁଙ୍କ ବିକାଶ ପାଇଁ ଶିକ୍ଷାର ମହତ୍ୱ ଓ ଜାତୀୟ ନୀତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଦର୍ଶାଇ ଥିଲେ. ଶିଶୁମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହେବେ ଓ ଶିଶୁମଙ୍ଗଳ କମିଟିର ଅଧକ୍ଷ .ଡ଼ ବେଣୁଧର ସେନାପତି ବିସ୍ତାର ଭାବରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧ ରେ ଥିବା ଆଇନ, ଦଣ୍ଡ ବିଧାନ, ନିୟମାବଳି ବିଷୟରେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ ଉକ୍ତ ସଭାରେ ଚାଇଲ୍ଡ-ହେଲ୍ପ ଲାଇନର କର୍ମକର୍ତା,ଅଙ୍ଗନବାଡି କର୍ମୀ, ୱାର୍ଡ ମେମ୍ବର,କିଶୋର କିଶୋରୀ, EC ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଶ୍ୱ ଯୁବକେନ୍ଦ୍ରର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ | ବସନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ପୂଜା ସ୍ୱାଇଁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments