କଣିହାଁ/୨୬ /୧୨ /୨୦୨୪/( ଆଧାର ମିଡ଼ିଆ )- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ସ୍ଥିତ ଜେଆଇପିଏଲର ମୁଖ୍ୟ ଫାଟକ ସମ୍ମୁଖରେ ଡେରେଙ୍ଗ ପଞ୍ଚାୟତ ବିଜେପି ପକ୍ଷରୁ ୭ଦଫା ଦାବିରେ ଗୁରୁବାର ସକାଳ ୬ ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ସଭାପତି ସୁମନ୍ତ କୁମାର ମହାନ୍ତି ଓ ସମ୍ପାଦକ ସୁଜିତ ସାହୁଙ୍କ ନେତୃତ୍ୱରେ ହୋଇଥିଲା। ଡେରଙ୍ଗ ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କୁ ମେଣ୍ଟାନାନସ ରେ ସ୍ଥାୟୀ ନିଯୁକ୍ତି, ଜିନ୍ଦଲରେ ସ୍ଥାୟୀ ନିଯୁକ୍ତି ପାଇଥିବା କ୍ଷତିଗ୍ରସ୍ଥ ଯୁବକ ଯୁବତୀ ମାନଙ୍କର ମାସିକ ବେତନ ବୃଦ୍ଧି,ହର୍ଟିକଲଚରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସରକାର ନିୟମ ଅନୁଯାୟୀ ପାରିଶ୍ରମିକ ବେତନ ଲାଗୁ କରାଯିବା,ପୂର୍ବ ପ୍ରତିଶୃତି ଅନୁଯାୟୀ ବିଛାପୁରୀ ମୌଜା ଉଚବାଲି ଜମିର ରେଟ୍ ଅନୁସାରେ ଅତିରିକ୍ତ ଏକରପିଛା ଏକ ଲକ୍ଷ ଟଙ୍କାର ସୁଧ ସହିତ ପ୍ରଦାନ କରିବା,ପରିବାର ପ୍ୟାକେଜକୁ ତିନି ଲକ୍ଷ ବଦଳରେ ପନ୍ଦର ଲକ୍ଷ ଦେବା ,ପ୍ରକଳ୍ପରେ ହେଉଥିବା ମାତ୍ରାଧିକ ପ୍ରଦୂଷଣକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଉ ଏବଂ ପଞ୍ଚାୟତର ପ୍ରତେକ ପରିବାର ସଦସ୍ୟଙ୍କୁ ଗୁଡ ଓ କଦଳୀ ପ୍ରଦାନ, ରାସ୍ତା ମରାମତି ସହିତ ପାନୀୟ ଜଳ ଓ ଆଲୋକିକରଣ କରାଯାଉ ବୋଲି ଦାବିକୁ ନେଇ ଏହି ଆନ୍ଦୋଳନ ହୋଇଥିଲା ବୋଲି ଜଣା ପଡିଛି । ଆନ୍ଦୋଳନ ସ୍ଥଳରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ପହଞ୍ଚି ସମର୍ଥନ ଜଣାଇଥିଲେ। ବିଜେପି କର୍ମୀ ଧାରଣାରେ ବସିଥିବା ବେଳେ ଅପରାହ୍ନରେ
ଅତିରିକ୍ତ ତହସିଲଦାର, ଅନୁପ ପରମ ଗୁରୁ,କଣିହାଁ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ଜେଆଇପିଏଲ୍ କର୍ତ୍ତୃପକ୍ଷ ପହଞ୍ଚି ଧାରଣାରତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଧାରଣା ସ୍ଥଳରେ ଥିବା ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୧୩ ତାରିଖ ରେ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଏହି ୭ ଦଫା ଦାବୀ ଉପରେ ଆଲୋଚନା କରିଯିବ ବୋଲି ନିଷ୍ପତ୍ତି ହେଇ ଥିଲା । ପରେ ଆସନ୍ତା ଜାନୁୟାରୀ ୧୩ ତାରିଖ ପଯ୍ୟନ୍ତ ଧାରଣାକୁ ସ୍ଥଗିତ ରଖା ଯାଇଥିବା ସଭାପତିଙ୍କ ସୂତ୍ରରୁ ଜଣା ପଡିଛି । ଏହି ଧାରଣାରେ ସନ୍ତୋଷ ନାଏକ ,ବୁଲୁ ସାହୁ, ବିଛନ୍ଦ ସାହୁ,ଟିକନ ମହାନ୍ତି,ଗ୍ରାମ ସଭାପତି ପ୍ରଶ୍ନ ନାଏକ,ସନ୍ତୁ ବେହେରା, ପରମା ସାହୁ, ,ସୁରେଶ ସାହୁ,ଅନିଲ୍ ସାହୁ,ମୋହର୍ଗା ବେହେରା,କଳାକାର ପ୍ରଧାନ, ପ୍ରଫୁଲ୍ଲ ସେଠୀ, କନ୍ଦର୍ପ ବେହେରା,ପଳଉ ସାମଲ, ଅଜୟ ସାହୁ ,ଝୁନା ସାହୁ,ପପୁନ ସାହୁ,ଅକ୍ଷୟ ନାଏକ, ସୁଶାନ୍ତ ଦାସ୍, ସନ୍ତୋଷ ପ୍ରଧାନ, ହୃଦୟ ପ୍ରଧାନ, ବିଭୁ ପ୍ରଧାନ,ଖିଜୁ ସାହୁ, ଦିଲ୍ଲୀପ ପ୍ରଧାନ, ଦାଶରଥି ମହାନ୍ତି, କରୁଣା ସେଠି ମୂଳିଆ ଦାଶ, ସଞ୍ଜୟ ବେହେରା,ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ।
Recent Comments