ପିପିଲି/ ୮/୧/୨୦୨୫/(ଆଧାର ମିଡ଼ିଆ )ପିପିଲିରେ କୋର୍ଟ ପ୍ରତିଷ୍ଠା ହେବାର ଚଳିତ ଜାନୁଆରୀ ୭ତାରିଖକୁ ୨୫ ବର୍ଷ ବିତିଛି, ଏଥିପାଇଁ ପିପିଲି ବାର ଆସୋସିଏସନ ପକ୍ଷରୁ ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି! ଉତ୍ସବର ପୂର୍ବାର୍ହ୍ନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମ୍ମାନିତ ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ! ତେବେ ନିମନ୍ତ୍ରିତ ଅତିଥି ଭାବେ ସାଂସଦ ଡା ସମ୍ବିତପାତ୍ର ଯୋଗଦେଇ ପାରିନଥିଲେ ମଧ୍ୟ ଓକିଲ ମାନଙ୍କ ଦାବୀ ମୁତାବକ ବହି ଓ ଆଲମୀରା ପାଇଁ ଅଢ଼େଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ! ପିପିଲି ବାର ଆସୋସିଏସନର ସଭାପତି ରାଜ କିଶୋର ସ୍ୱାଇଁଙ୍କ ଅନୁରୋଧ ମୁତାବକ ଆଇନମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ନୂଆ କୋର୍ଟ ଗୃହ ନିର୍ମାଣ ହେଲେ ଦାବୀଠାରୁ ଅଧିକ ସୁବିଧା ସୁଯୋଗ ପାଇଁ ସରକାର ନିଶ୍ଚିତ ଭାବେ ପ୍ରୟାସ ଆରମ୍ଭ କରିବେ ବୋଲି ନିଜ ବକ୍ତବ୍ୟରେ କହି ଛନ୍ତି !
ବିଶେଷକରି ଆଗାମୀ ଏକବର୍ଷ ମଧ୍ୟରେ ସାରା ଓଡ଼ିଶାର ୩୧୪ ବ୍ଲକରେ JMFC କୋର୍ଟ ପ୍ରତିଷ୍ଠା କରାଯିବା ନେଉ ଆଜି ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସଚ୍ଚରେ ଆଇନମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଘୋଷଣା କରିଛନ୍ତି! ମନ୍ତ୍ରୀଙ୍କ ଦ୍ୱାରା ପିପିଲି ଓକିଲ ସଂଘ ତରଫରୁ ସଂଘର ସଭାପତି ଶ୍ରୀ ସ୍ୱାଇଁ ମୋହରିର ସଂଘର ସଭାପତି ଦିବାକର ପ୍ରଧାନଙ୍କୁ ସଂମ୍ମାନିତ କରିବା ସହିତ ସମସ୍ତ ମୋହରିର ମାନଙ୍କୁ ସଂମ୍ମାନିତ କରିଥିଲେ ଏବଂ ପରେ ପରେ ମନ୍ତ୍ରୀଙ୍କ ଦ୍ୱାରା ଆଇନ ଯିବି ମାନଙ୍କୁ ସଂମ୍ମାନିତ କରାଯାଇ ଥିଲା. ସେହି ଭଳି ମହାମାନ୍ୟ ନ୍ୟାୟ ମୂର୍ତ୍ତି ଶ୍ରୀ ଯୁକ୍ତ ଗୌରୀ ଶଙ୍କର ଶତପଥୀ ଏବଂ ନ୍ୟାୟ ମୂର୍ତ୍ତି ଶ୍ରୀ ଯୁକ୍ତ କେ. ଆର. ମହାପାତ୍ର ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ପୁରୀଜିଲ୍ଲା ଦୌରା ଜଜ ଶ୍ରୀମତି ଅଯନ୍ତା ଷଢଙ୍ଗୀ ମହୋଦୟା ଅପରାହ୍ନ ସନ୍ଧ୍ୟା ୭ ଘଟିକାରେ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୋକଦ୍ଦମାର ନ୍ୟାୟ. ଆଇନ ଯିବି ମାନଙ୍କ ମୋକଦ୍ଦମା ପରିଚାଳନା ଓ ମହକିଲ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହିତ ଆଗାମୀ ଦିନରେ ଜଣେ ଭଲ ଆଇନ ଯିବି ହେବାପାଇଁ ମାର୍ଗଦର୍ଶନ ଉପରେ ଆଲୋକ ପାତ କରି ଥିଲେ ଆଇନ ଯିବି ମାନଙ୍କୁ ଉତ୍ସାହିତ କରି ଥିଲେ.ପରେ ପରେ ମହାମାନ୍ୟ ନ୍ୟାୟଧୀଶଙ୍କ ଦ୍ୱାରା ପିପିଲି ଓକିଲ ସଂଘର ବରିଷ୍ଠ ଆଇନ ଯିବି ମାନଙ୍କୁ ସଂମ୍ମାନିତ କରି ଥିଲେ.ଏହି ଉତ୍ସବ ସରସ ସୁନ୍ଦର ହୋଇ ଥିବା ନେଇ ପ୍ରଶଂଶିତ କରି ଥିଲେ. ଉତ୍ସବରେ ପିପିଲି ସହକାରୀ ଦୌରା ଜଜ ବିଶେଷ କୁମାର ସାହୁ. ଜୁଡ଼ିସିଆ ମାଜିଷ୍ଟ୍ରେଟ ସଂଗ୍ରାମ କୁମାର ମିଶ୍ର. ପୁରୀ ଜିଲ୍ଲା କୋର୍ଟର ରେଜିଷ୍ଟର ନିଖିଲ ଭରତ ମହାନ୍ତି. କୋର୍ଟ ମ୍ୟାନେଜର ମଳୟ କୁମାର ଗିରି. ଏବଂ ପିପିଲିର ଉଭୟ କୋର୍ଟର ଶିରସ୍ତାଦାର ଓ ସମସ୍ତ କର୍ମ ଚାରି. କୋର୍ଟ ପୋଲିସ ସିଏସଆଇଙ୍କ କର୍ମଚାରି ମାନେ ଉପସ୍ଥିତ ରହି ଥିଲେ.
Recent Comments