ପୁରୀ/ ୧୬/୧/୨୦୨୫/ ( ଆଧାର ମିଡ଼ିଆ )-ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଆଜି ୧୧୭ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ସିରିଡି ଓ ନାସିକ ପରିଭ୍ରମଣ କରିବା ସହ ଚଳିତମାସ ୨୨ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସମାଜ ସେବୀ ରାଜୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରାର ସଫଳତା କାମନା କରିଥିଲେ।ନିଜ ନିଜର ଦାୟିତ୍ୱ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀ ମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରା ଯାଇଥିଲା।ଇଣ୍ଡିଆନ ରେଲୱେ ଆଣ୍ଡ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଯାତ୍ରୀ ମାନଙ୍କୁ ବିଭିନ୍ନ ଲଜିଷ୍ଟିକ ସପୋର୍ଟ ବା ସହଯୋଗ ଯୋଗାଇ ଦେଇଥିଲେ।
Recent Comments