ବାଲିଗୁଡା/କନ୍ଧମାଳ/୧୮/୦୧/୨୦୨୫/( ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମାକୁ ନୂତନବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ଭେଷଭୂଷା ସହ ଅସ୍ତ୍ର ଶସ୍ତ୍ର ଧରି ବାଲିଗୁଡାରେ ଗର୍ଜନ କରିଛନ୍ତି । ନୂତନ ବ୍ଲକ ନାହିଁ ତ ଲୋକ ପ୍ରତିନିଧି ଓ ପ୍ରଶାସନକୁ ପ୍ରବେଶ ନାହିଁ ବୋଲି ରଣ ହୁଙ୍କାରର ସହ ଗର୍ଜନ ସମାବେଶ କରିଛନ୍ତି । ଜାନୁୟାରୀ ୧୦ ତାରିଖରେ ସୁଡ୍ରାଠାରେ ୮ ପଞ୍ଚୟତ ଯଥା:ବାରଖମା ,ସୁଡ୍ରା ,ରେବିଙ୍ଗିଆ ,ସଲାଗୁଡା,ସିନ୍ଦ୍ରିଗାଁ ,କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶତାଧିକ ଲୋକ ଓ ଲୋକ ପ୍ରତିନିଧି ଏକତ୍ରିତ ହୋଇ ଗାନ୍ଧୀ ଛକଠାରୁ ପାରମ୍ପରିକ ଭେଷଭୂଷା ,ବାଦ୍ୟଯନ୍ତ୍ର ଓ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁଆରରେ ଶୋଭାଯାତ୍ର କରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଗର୍ଜନ ସମାବେଶରେ ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ସଭାପତି ଜୟଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁଙ୍କ ସମେତ ଉପ ସଭାପତି ବିଜେଶ୍ଵର ମଲ୍ଲିକ ,ଜୟରାମ ଦଣ୍ଡିଆ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର ,ରେବିଙ୍ଗିଆ ସରପଞ୍ଚ ରଞ୍ଜୁଳତା ମଲ୍ଲିକ ,ସମିତିସଭ୍ୟ ସୁଗ୍ରୀବ ମଲ୍ଲିକ ,ବାରଖମ ସରପଞ୍ଚ କୁମୁଦିନି ମଲ୍ଲିକ , ରକୁଟିକିଆ ସମିତି ସଭ୍ୟ ଦୟା ନିଧି ମଳିକ ,ଖମନଖୋଲ ସରପଞ୍ଚ ଚାନ୍ଧୁଲାଲ ମଳିକ ,ସମିତି ସଭ୍ୟ ହେମ ସାଗର ମାଝି ,ଦେବେନ୍ଦ୍ର କୁଦେଈ ,ହିନ୍ଧୁ ପ୍ରଧାନ ,ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ,ହେରଦ କୁମାର ନାୟକ ,ଉମା ଚରଣ ଦିଗାଳ,ସିଦ୍ଧେ ସ୍ଵର ଦିଗାଳ ,ଦୟାନିଧି ଦିଗାଳ ,ଉମେଶ ଚନ୍ଦ୍ର ନାୟକ,ଅମିୟ ପ୍ରଧାନ,ମିଇର କୁମାର ଦିଗାଳ ,କର୍ତ୍ତା ଦିଗାଳ ପ୍ରମୁଖ ସାମିଲ ହୋଇଥିଲେ । ଦୀର୍ଘ ୪୦ ବର୍ଷପରେ ନୂତନଆଶା ସଞ୍ଚାର ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ବ୍ଳଜ ଗଠନ ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି ।ବାରଖମା ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ଅଧୀନରେ ରହିଥିବା ୮ ପଞ୍ଚାୟତର ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ବାରଖମାକୁ ନୂତନବ୍ଲକ ଗଠିନ ପାଇଁ ଦୀର୍ଘ ୩ ବର୍ଷହେବ ବ୍ଲକ ସଂଗ୍ରାମ ମଞ୍ଚ ଦାବିକରି ଆସୁଥିଲେ । ପୂର୍ବରୁ ୨୦୨୪ ମସିହା ଫେବୃୟାରି ରେ ପୂର୍ବତନ ସରକାରଙ୍କୁ ୮ ପଞ୍ଚାୟତର ଶହ ଶହ ଲୋକ ଆସି ଏକ ବିରାଟ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କିନ୍ତୁ କିଛି ସୁଫଳ ପାଇନଥିଲେ ।
Recent Comments