ବିଷମକଟକ/ରାୟଗଡା/ ୧୯/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ) ଜଣେ ପୁଅ ଓ ଦୁଇ ଝିଅର ଜନନୀ I ଗତ ୯ ବର୍ଷହେବ ଦୃଷ୍ଟିଶକ୍ତି ହରାଇ ପରିଣତ ବୟସରେ ଦଶନ୍ଧି ଦଶନ୍ଧି ଧରି ଦଦରା ଝୁମ୍ପୁଡ଼ିରେ ଆଶ୍ରୟ ନେଉଥିଲେ ୫୮ବର୍ଷୀୟ ମନ୍ଦ କୁସଲିଆ I ଯାହାଙ୍କ ପାଇଁ ସିମେଣ୍ଟ କଂକ୍ରିଟର ନୂତନ ଆଶ୍ରୟସ୍ଥଳୀ ଗଢି ଚର୍ଚ୍ଚାରେ ବିଷମକଟକ ବ୍ଲକ ସହକାରୀ ଯନ୍ତ୍ରୀ I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକସ୍ଥିତ ସାନସାହିର ଭିନ୍ନକ୍ଷମ ମନ୍ଦ କୁସୁଲିଆଙ୍କ ଜୀବନ ଏହି ନୂତନ ବର୍ଷରେ ସମ୍ପୂର୍ଣ ରୂପେ ବଦଳି ଯାଇଛି I ଏହି ଭିନକ୍ଷମ ପାଇଁ ଖୁସିର ବାର୍ତ୍ତାବାହକ ସାଜିଛନ୍ତି ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ ୩୯ ବର୍ଷୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ I ସେ ଦୀର୍ଘ ଏକବର୍ଷ ହେବ ବିଷମକଟକ ଠାରେ ସହକାରୀ ଯନ୍ତ୍ରୀଭାବେ ନିଜର ଦାୟତ୍ୱ ତୁଲାଇ ଆସୁଥିବା ବେଳେ ବିଷମକଟକ ସାନସାହି ନିକଟରେ ପ୍ରସ୍ତାବିତ ଏକ ମନରେଗା ପ୍ରକଳ୍ପ ନିରୀକ୍ଷଣ ପାଇଁ ଯାଇଥିବା ସମୟରେ ଏହି ଭିନ୍ନକ୍ଷମଙ୍କ ବିଷୟରେ ଜାଣିବାକୁ ପାଇଥିଲେ I ଉକ୍ତ ସ୍ଥାନରେ ଆଫ୍ସା ଯୁବକ ସଙ୍ଘର କିଛି ସଦସ୍ୟ ତାଙ୍କୁ ସାକ୍ଷାତକରି ଭିନ୍ନକ୍ଷମ ବୃଦ୍ଧାଙ୍କପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଯନ୍ତ୍ରୀଙ୍କ ପକ୍ଷେ ଭିନ୍ନକ୍ଷମ ଲାଗି କିଛି ସାହାଯ୍ୟ ନେଇ ଅନୁରୋଧ କରିଥିଲେ ଯୁବକ ଗୋଷ୍ଠୀ I
ତେବେ ପରିଣତ ବୟସ ସହ ଦୃଷ୍ଟିଶକ୍ତି ଅଭାବ ଏବଂ ଅତ୍ୟନ୍ତ ସୋଚନୀୟ ଅବସ୍ଥାରେ ଆଶ୍ରୟ ନେଉଥିବା ଦେଖି ଉକ୍ତ ମହିଳାଙ୍କ ନିମନ୍ତେ ଏକ ବାସଗୃହ ନିର୍ମାଣ କରିବା ପାଇଁ ସହକାରୀ ଯନ୍ତ୍ରୀ ସବୁପ୍ରକାର ସହଯୋଗ କରିବେ ବୋଲି ଯୁବଗୋଷ୍ଠୀଙ୍କୁ ଆଶ୍ୱାସନା ଦେଇଥିଲେ I ଏହାପରେ ବୃଦ୍ଧାଙ୍କ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇଦେବା ସହ ନିର୍ମାଣକାର୍ଯ୍ୟ ଯେପରି ସମୟରେ ହୋଇଯିବ ଏଥିପାଇଁ ସେ ଯୁବକ ଗୋଷ୍ଠୀର ସାହାଯ୍ୟ ଲୋଡ଼ିଥିଲେ I ନିଜର ବ୍ୟସ୍ତବହୁଳ କାର୍ଯ୍ୟଧାରା ସତ୍ତ୍ୱେ ଯନ୍ତ୍ରୀଜଣକ ସମୟ ବାହାରକରି ବୃଦ୍ଧାଙ୍କ ଘର କାମର ସ୍ଥିତି ପ୍ରତକ୍ଷ ଭାବେ ବୁଝୁଥିବା ସାନସାହି ବାସିନ୍ଦା ପ୍ରକାଶ କରିଛନ୍ତି I ପରିଶେଷରେ ଆଜି ଉକ୍ତ ମହିଳାଙ୍କ ବାସଗୃହ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ ହେବାପରେ ବିଷମକଟକ ଆଫ୍ସା ଯୁବକ ସଙ୍ଘର ସଦସ୍ୟ ସମେତ ଯନ୍ତ୍ରି ଜଣକ ସ୍ୱୟଂ ଉପସ୍ଥିତରହି ତାଙ୍କୁ ଗୃହପ୍ରବେଶ କରାଇଥିବା କୁହାଯାଉଛି I ଅନ୍ଧ ମହିଳା ଜଣକ ସହକାରୀ ଯନ୍ତ୍ରୀଙ୍କୁ ସହୃଦୟ କୃତଜ୍ଞତା ଜଣାଇଥିବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିବା ବେଳେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଏହି ମହତ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କହିଛନ୍ତି I ଅନ୍ୟପଟେ ଜଣେ ଉତ୍ତମ କାର୍ଯ୍ୟରତ ଅଧିକାରୀଙ୍କ "ସାମାଜିକ ଦାୟିତ୍ୱବୋଧ"ର ଏହା ନିଚ୍ଛକ ଉଦାହରଣ ବୋଲି ବିଷମକଟକ ବିଧାୟକ ନୀଳମାଧବ ହିକକା ଯନ୍ତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ଏଭଳି ବଦାନ୍ୟତାକୁ ସାଂସଦ ପ୍ରତିନିଧି ଦିଲୀପ କୁମାର ପଟନାୟକ, ବିଷମକଟକ ପଞ୍ଚାୟତ ସମିତି ଅଧକ୍ଷା ଯଶୋଦା ହୁଇକା, ଉପାଧ୍ୟକ୍ଷ୍ୟ ଦେବି ପ୍ରସାଦ ପଟନାୟକ, ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ,ଆଫ୍ସା ଯୁବକ ସଙ୍ଘ, ସମେତ ସାହି ବାସିନ୍ଦା ଆଦି ସାଧୁବାଦ ଜଣେଇଛନ୍ତି I ଏଭଳି ଛୋଟ ଛୋଟ ବ୍ୟକ୍ତିଗତ ଓ ସାମୁହିକ ପ୍ରୟାସ ସମାଜ ମଧ୍ୟରେ ଗୁରୁତ୍ୱପୁର୍ଣ ପରିବର୍ତନ ଆଣିପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି I
Recent Comments