logo
add image
ଜାତୀୟ କନ୍ୟାସନ୍ତାନ ଦିବସ, 2025 ପାଳିତ

ଜାତୀୟ କନ୍ୟାସନ୍ତାନ ଦିବସ, 2025 ପାଳିତ

ସୋନପୁର/୨୪/୦୧/୨୦୨୫/ (ଆଧାର ମିଡ଼ିଆ)ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ, ସୁବର୍ଣ୍ଣପୁରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜାତୀୟ କନ୍ୟାସନ୍ତାନ ଦିବସ, ୨୦୨୫ ଓ ଦଶବର୍ଷ ପୂର୍ତ୍ତି ବେଟିବଚାଓ ବେଟିପଢ଼ାଓ କାଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହିରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନ ପ୍ରଧାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟ ଅତିଥି ମାନେହେଲେ ଡ଼ିଏସପି ରେଣୁକା ସୁନା, ଏଇଓ ଜିଲ୍ଲା ପରିଷଦ, ପଲ୍ଲବୀ ରାଣୀ ରାଜ, ସର୍ବଶିକ୍ଷା ଅଭିଯାନର ପର୍ଶୁରାମ ମେହେର ଓ ଡିପି ଏଚ ଓ, ଏନ ଏଚ ଏମ ଡାକ୍ତର ମନୋଜ କୁମାର ଅଦାବର ପ୍ରୋଗ୍ରାମ ଅଫିସର, ଅନିତା ଗୁରୁ ପ୍ରମୁଖ ଯୋଗ ଦେଇଥିବା ବେଳେ ନିନଜର ବକ୍ତବ୍ୟ ରଖିଥିଲେ l
ଏହି ଜର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସଦସ୍ୟ ହେମନ୍ତ କୁମଇ ସା, ସନ୍ଟୁନୁ କର୍ଣ୍ଣ, ଜେନଡର ସଂଯଜକ ମାନସ ସେଟ, ଜିଲ୍କା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ପୋଶୋନ ସଂଯୋଜକ ସଂଜୀବ ମିଶ୍ର ଉପସ୍ଥିତ ଥିବାବେଳେ ବିଭିନ୍ନ ଅନୁଷ୍ଠାନ ତଥା ଉତ୍କଳ ବାଳାଶ୍ରମ, ସୋନପୁର, କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟର କର୍ମକର୍ତା, ସାହାରା ଟ୍ରଷ୍ଟ, ବିଦ୍ୟାଳୟର କର୍ମକର୍ତା, ସରକାରୀ ଏ ଏନ ଏମ ର କର୍ମକର୍ତା, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତା, ସମଗ୍ର ଶିକ୍ଷା ଅଭିଯାନର କର୍ମକର୍ତା, ରେୟାର କର୍ମକର୍ତା ଓ ଏଇ ସି ଡି ଏସ ର ଅଙ୍ଗନ ୱାର୍ଡି କର୍ମୀ ଓକିଶୋରୀ ବାଳିକା ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଅନୁଷ୍ଠାନ ର 265 ଜଣ ଛାତ୍ରୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସୋନପୁର ଜିଲ୍ଲା ବାଲ୍ୟ ବିଭାହ ସଂଯଜକ ଅକ୍ଷୟ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ସ୍ୱାଗତ ରାଜ ମିଶ୍ର, ସରିତା ସୁନା ଓ ଅନିଲ ମହଲା ଏହି କାର୍ଯ୍ୟକର୍ମକୁ ସହଯୋଗ କରିଥିଲେ l

Recent Comments

Leave Comments

Top