logo
add image
ମାଳଭୂମିରେ ସବୁଠି ଉଡିଲା ତ୍ରିରଙ୍ଗା

ମାଳଭୂମିରେ ସବୁଠି ଉଡିଲା ତ୍ରିରଙ୍ଗା

ଗୁଣୁପୁର/ରାୟଗଡା/ ୨୬/୧/୨୦୨୫/ (ଆଧାର ମିଡ଼ିଆ)-ସାରା ଦେଶରେ ଆଜି ୭୬ ତ୍ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଦେଶପ୍ରେମ ଭାବନାରେ ଦେଶବ୍ୟାପୀ ସବୁଠି ଫରଫର ହୋଇ ଉଡିଥିଲା ତ୍ରିରଙ୍ଗା ପତାକା । ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଲିମାମେଡା ଠାରେ ଥିବା ବାଳ ନିକେତନ ଅନୁଷ୍ଠାନ ପରିସରରେ ଅନ୍ତେ ବାସୀ ମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଏହି ଜାତୀୟ ଉତ୍ସବ ପାଳନ କରିଥିଲେ । ଅନୁଷ୍ଠାନ ସଭାପତି ଏଲ ସୁରେଶ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି, ଜାତୀୟ ସଙ୍ଗୀତ ଗାନକରି ହର୍ଷ ଉଲ୍ଲସିତ ହୋଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପାଳନ କରିଥିଲେ । ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରେ ଆଜି ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି ।

Recent Comments

Leave Comments

Top