logo
add image
ଏଡ଼ଭୋକେଟ ଅନ୍ ରେକର୍ଡ ହାସଲ କରି ସୁବର୍ଣ୍ଣପୁରର ଗୌରବ ବଢାଇଛନ୍ତି ସୁଶ୍ରୀ ବିଶ୍ୱବାରା ଦାଶ-

ଏଡ଼ଭୋକେଟ ଅନ୍ ରେକର୍ଡ ହାସଲ କରି ସୁବର୍ଣ୍ଣପୁରର ଗୌରବ ବଢାଇଛନ୍ତି ସୁଶ୍ରୀ ବିଶ୍ୱବାରା ଦାଶ-

ସୋନପୁର/୨୭/୦୧/୨୦୨୫/ (ଆଧାର ମିଡ଼ିଆ)-ରାଜ୍ୟ ସଭାରେ ଭାରତର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରଖା ଯାଇଥିବା ଉତ୍ତରରେ ୨୦,୧୩,୦୮୧ ଜଣ ପଞ୍ଜୀକୃତ ଆଇନ୍ ଜିଵୀ ଦେଶର ବିଭିନ୍ନ ନ୍ୟାୟାଳୟରେ କାର୍ଯ୍ୟରତ l ସବୁଠୁ ଆଶ୍ଚର୍ଯ୍ୟ କଥା ଭାରତର ସବୁଠୁ ଟପ୍ ଲେବେଲ ଏକ୍ସାମରେ ସେମାନଙ୍କ ମଧ୍ୟରୁ ୩୩ ଜଣ ସମ୍ମାନଜନକ AOR (ଏଡଭୋକେଟ୍ ଅନ୍ ରେକର୍ଡ ) ହାସଲ କରିଛନ୍ତି l ଯାହାକି ମାନ୍ୟବର ସୁପ୍ରିମ କୋର୍ଟ ମନୋନୀତ କରିଥିବା ଜଣାଯାଏ l ପ୍ରକାଶ ଥାଉକି ଯେ ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମଥର ଏକମାତ୍ର ଆଇନଜୀବୀ ଭାବରେ ଏହି ସମ୍ମାନଜନକ AOR ହାସଲ କରି ଥିବା ଆଇନଜୀବୀ ହେଉଛନ୍ତି କୁମାରୀ ବିଶ୍ୱବାରା ଦାଶ l ଯିଏକି ଉଚ୍ଚ ନ୍ୟାୟାଳୟ ଓଡ଼ିଶାର ଅବସର ପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀ ଚିତ୍ତରଞ୍ଜନ ଦାଶ ଓ ମାତା ନିବେଦିତା ଦାଶଙ୍କ ସୂପୁତ୍ରୀ ଅଟନ୍ତି l ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଆଶୀର୍ବାଦରୁ ଏ ସଫଳତା ମିଳିଥିବା ବିଷୟ ସୁଶ୍ରୀ ଦାଶ କହିଛନ୍ତି l ଏ ଖବର ପରେ ଆଇନ ଜିବୀ କୁମାରୀ ଦାଶଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ମହଲରୁ ଶୁଭେଛା ସୁଅ ଛୁଟୁଥିବା ଜଣା ଯାଇଛି l

Recent Comments

Leave Comments

Top