logo
add image
ସ୍ବରାଜ ହସ୍ପିଟାଲ ରେ ବିରଳ ଅସ୍ତ୍ରୋପଚାର

ସ୍ବରାଜ ହସ୍ପିଟାଲ ରେ ବିରଳ ଅସ୍ତ୍ରୋପଚାର

ବଲାଙ୍ଗୀର,୫/୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଶରତ ମହାକୁର)ବଲାଙ୍ଗୀରର ଏକ ଘରୋଇ ହସ୍ପିଟାଲରେ ସଫଳତାର ସହ ଏକ ବିରଳ ଏବଂ ଜଟିଳ ଫ୍ଲାବିକ୍ ସିମ୍ପିସିସ୍ ଡାଏଷ୍ଟାସିସ୍ ଅସ୍ତ୍ରୋପଚାର କରାଯାଇଛି।ଏ ସଂକ୍ରାନ୍ତରେ ସୋମବାର ସନ୍ଧ୍ୟାରେ ସ୍ବରାଜ ହସ୍ପିଟାଲ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଏହି ବିରଳ ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦିଆଯାଇଛି।ଅସ୍ଥିଶଲ୍ୟ ବିଶେଷଜ୍ଞ ଡା.ସ୍ବାଇଁ ବିରଳ ଓ ଜଟିଳ ଅସ୍ତ୍ରୋପଚାରସଂକ୍ରାନ୍ତରେ ସୂଚନା ଦେଇଥିଲେ।ଗତ ୨୬ ତାରିଖ ପାଟଣାଗଡ ନିକଟ ଭାଲୁଯୋରୀ ଗାଁର ଜଗଦାନନ୍ଦ ପଧାନ (୪୦)ଏକ କାର ଧକ୍କାରେ ଗୁରୁତର ଆହତ ହୋଇଥିଲେ।ତାଙ୍କର ପେଲଭିସ୍ ବୋନ୍ ସମ୍ମୁଖ ଭାଗ ଲିଗାମେଣ୍ଟ ଓ ହାଡ ଭାଙ୍ଗି ଯାଇଥିଲା। ସେ ଗୁରୁତର ହୋଇପଡିଥିଲେ।ତାଙ୍କୁ ପ୍ରଥମେ କେସିଙ୍ଗା ହସ୍ପିଟାଲରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଏବଂ ପରେ ବୁର୍ଲା ହସ୍ପିଟାଲ ନିଆଯାଇଥିଲା।ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏବଂ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ତାଙ୍କୁ ବୁର୍ଲା ଭିମସାର ହସି ହସ୍ପିଟାଲରୁ ଉଚ୍ଚତର ଚିକିତ୍ସାପାଇଁ କଟକ ସ୍ଥାନାନ୍ତରଣ କରାଯାଇଥିଲା।ଜଗଦାନନ୍ଦଙ୍କ ପରିବାର ଲୋକେ ତାଙ୍କୁ ସେଠାରୁ  ବଲାଙ୍ଗୀର ସ୍ବରାଜ ହସ୍ପିଟାଲକୁ ନେଇ ଆସିଥିଲେ।ଏଠାରେ ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡା.ସବ୍ୟସାଚୀ ସ୍ବାଇଁ ଓ ତାଙ୍କ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି। ଗୁରୁତର ରୋଗୀ ପଧାନଙ୍କ ପ୍ଲାବିକ୍ ସିମ୍ପିସିସ୍ ଡାଇଷ୍ଟାସିସ୍ ସମ୍ପୂର୍ଣ୍ଣ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି।ଫ୍ଲାବିକ୍ ସିମ୍ପିସିସ୍ ଡାଏଷ୍ଟାସିସ୍ ଏକ ଅସାଧାରଣ ବିରଳ ଅବସ୍ଥା। ଯାହା ଗର୍ଭବତୀ ମହିଳାଙ୍କଠାରେ ଅତି ବିରଳ ଭାବେ ଦେଖାଯାଏ।ପୁରୁଷଙ୍କଠାରେ କୌଶସି ଦୁର୍ଘଟଣାଜନିତ ସମସ୍ୟା ଯୋଗୁଁ ଅତି ବିରଳ ଭାବେ ଦେଖାଯାଇଥାଏ।ଏହି ଅବସ୍ଥାର ସର୍ଜିକାଲ୍ ମରାମତି ଏକ ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା।ଏହି ସମ୍ମିଳନୀରେ ସ୍ବରାଜ ହସ୍ପିଟାଲ ପ୍ରତିଷ୍ଠାତା ଡା.ସୁଜ୍ଞାନେନ୍ଦ୍ର ମିଶ୍ର,ଅସ୍ତ୍ରୋପଚାର କରିଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡା.ସବ୍ୟସାଚୀ ସ୍ବାଇଁ, ଡା.ସୁରେଶ ମେହେର,ହସ୍ପିଟାଲ ନିର୍ଦ୍ଦେଶକ ସ୍ବରାଜ ମିଶ୍ର,ହସ୍ପିଟାଲ ମ୍ୟାନେଜର ପଙ୍କଜ ତିୱାରୀ,ପ୍ରଶାସକ ଶିବ ପ୍ରସାଦ ମହାନ୍ତି ଓ ସିଦ୍ଧାର୍ଥ ପଣ୍ଡା ଉପସ୍ଥିତ ଥିଲେ।
 

Recent Comments

Leave Comments

Top