logo
add image
ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର,୦୫/୨/୨୫(ଆଧାର ମିଡ଼ିଆ)ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ତା ୯/୨/୨୫ ରୁ ତା ୧୩/୨/୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ପର୍ଯ୍ୟନ୍ତ ମାଘ ମେଳା ୨୦୨୫ ଅନୁଷ୍ଠିତ ହେବ।ଚଳିତ ମାଘ ମେଳାକୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟା ରୁପା ରଥଙ୍କ ଅଧ୍ୟକ୍ଷତାରେ ଉପ- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୫ କାର୍ଯ୍ୟସୂଚୀର ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ଉପସ୍ଥିତି ସମ୍ପୃକ୍ତ ସରକାରୀ ଅଧିକାରୀ ଓ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ସଦସ୍ୟ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ।ଚଳିତ ଫେବୃଆରୀ ୯ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମାଘ ମେଳା କୁ ଶାନ୍ତି  ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗ ରେ ବ୍ୟବସ୍ଥିତ ଭାବେ ଆୟୋଜନ କରାଯିବା ଉପରେ ଉପ-ଜିଲ୍ଲାପାଳ ଡ଼ଃ ରଥ ଉପସ୍ଥିତ ସମସ୍ତ ପଦାଧିକାରୀ ତଥା ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଆନ୍ତରିକ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ନିଜ ନିଜର ଦାୟିତ୍ୱ କୁ ମେଳା ପୂର୍ବରୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି।ବିଶେଷ ଭାବେ ମେଳା ପରିସରର ସଫାସୁତରା ସହ ଆବଶ୍ୟକ ମୁତାବକ ଅସ୍ଥାୟୀ ଟୟଲେଟ, ନିୟମିତ ବିଦ୍ୟୁତ ସରବରାହସହ ଆବଶ୍ୟକ ବିଶେଷ ଆଲୋକୀକରଣ,ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ,ସମ୍ବର୍ଦ୍ଧନା ସଭା ଆୟୋଜନ,ପାନୀୟ ଜଳର ସୁବ୍ୟବସ୍ଥା,ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଭୁତି ଉପରେ ଆଲୋଚନା କରାଯାଇଥିଲା।ଶ୍ରୀ ଜନ୍ମେଜୟ ସ୍ୱାଇଁ ସମ୍ପାଦକ,ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ,ଖଲିଆପାଲି ମେଳାର ବିଭିନ୍ନ କାର୍ଯ୍ୟଖସଡ଼ାର ଆଲୋକପାତ କରିଥିଲେ।ବୈଠକରେ ରେ ଛତ୍ରଧାରୀ ଅଗ୍ରୱାଲ ମେନେଜିଂ ଟ୍ରଷ୍ଟି,ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ବୈଠକରେ ଉପ ଆରକ୍ଷୀ ଅଧିକାରୀ ପ୍ରତାପ ଚନ୍ଦ୍ର ରଣା,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ରମେଶ ଚନ୍ଦ୍ର ସ୍ୱାଇଁ ସମେତ ପୀଠଧୀସ ବାବା ସନ୍ୟାସୀ ଦାସ,ଅବକାରୀ ଅଧିକ୍ଷକ ସୁବର୍ଣ୍ଣପୁର,ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ,ଆଇ ଆଇ ସି ଲଛିପୁର, ଆସିଷ୍ଟାଣ୍ଟ ଫାୟାର ଅଫିସର,ବିଡିଓ ସୋନପୁର ବ୍ଲକ,ତହସିଲଦାର ସୋନପୁର,ନିର୍ବାହୀ ଅଧିକାରୀ ଟି ପି ଡବ୍ଲୁ ଓ ଡି ଏଲ,ସହ ଖଲିଆପାଲି ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ତଥା ମେଳା କମିଟି ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।

Recent Comments

Leave Comments

Top