logo
add image
ରାଜ୍ୟ କାର୍ଯକାରିଣୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ କାକଟପୁର ପ୍ରେସ କ୍ଳବର ସଦସ୍ୟ,କାକଟପୁର ପ୍ରେସ କ୍ଳବ ର ସମ୍ପାଦକ କୁ ସନ୍ନମାନିତ 

ରାଜ୍ୟ କାର୍ଯକାରିଣୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ କାକଟପୁର ପ୍ରେସ କ୍ଳବର ସଦସ୍ୟ,କାକଟପୁର ପ୍ରେସ କ୍ଳବ ର ସମ୍ପାଦକ କୁ ସନ୍ନମାନିତ 

କାକଟପୁର,୧/୦୩(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ଆଜି ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରିଣୀ ବୈଠକରେ ଅନୁଗୁଳ ଠାରେ ଯୋଗ ଦେବା ପାଇଁ କାକଟପୁର ପ୍ରେସ କ୍ଳବର କିଛି ଛାମୁଆ ସଦସ୍ୟ ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି,ସେଠାରେ ପହଂଚି ପ୍ରଥମେ ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ସଭାପତି ଵିକ୍ରମ ରାମକୃଷ୍ଣ ମହାପାତ୍ର ପାଇଁ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ସଂଘିଅ ମନବୃତି ଓ ସାମ୍ବାଦିକ ଏକତା ଉପରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ସଙ୍ଘର ସଭାପତି ବିଭୁତି ଭୂଷଣ କର ଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଥିଲା ସେ କହିଥିଲେ ଯେ ଆମ ସଙ୍ଘ ଜଣେ ଲଢୁଆ ସୈନିକ ଓ ସାମ୍ବାଦିକ ଙ୍କ ମନର କଥା ବୁଝିବା ଲୋକକୁ ହରେଇଛି.ତାଙ୍କର ଶୂନ୍ୟ ସ୍ଥାନ କେହି ବି ପୂରଣ କରି ପାରିବେ ନାହିଁ ତାଙ୍କ ବିଷୟରେ ଯେତେ କହିଲେ ବି କମ ହେବ ପରେ ସଭା ରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଆଜିର ସମାଜରେ ସାମ୍ବାଦିକ ମାନଙ୍କ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ସମସ୍ୟା ଓ ସମାଧାନ ସହିତ ନୂଆ ସରକାର ଙ୍କ ସହିତ ଭେଟି ସାମ୍ବାଦିକ ମାନଙ୍କ ପେନସନ, ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିର୍ଭିକ ସାମ୍ବାଦିକତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି,ଓଡିଶାରୁ ବିଭିନ୍ନ ଜିଲ୍ଲା ରୁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ.ଏହି ଅବସରରେ କାକଟପୁର ପ୍ରେସ କ୍ଳବ ର ସମ୍ପାଦକ ଙ୍କୁ ସନ୍ନମାନିତ ମଧ୍ୟ କରାଯାଇଥିଲା.ସେଠାକୁ ଆସିଥିବା ସାମ୍ବାଦିକ ମାନଙ୍କ ପରସ୍ପର ମଧ୍ୟରେ ଭିତରେ ସୁସମ୍ପର୍କ ରଖିବା ଦିଗରେ ଏକତା ହିଁ ବଳ ବୋଲି କାକଟପୁର ର ସଦସ୍ୟ ମାନେ ସମସ୍ତଙ୍କ ସହିତ ବନ୍ଧୁତା ର ହାତ ବଢ଼ାଇ ଥିଲେ.

Recent Comments

Leave Comments

Top