ଖୋର୍ଦ୍ଧା/୦୧/୦୪/୨୦୨୫/(ଆଧାର ମେଡିଆ //ପ୍ରସନ୍ନ କୁମାର ସ୍ବାଇଁ)ଓଡିଶା ଦିବସ ଉପଲକ୍ଷେ ରାଜ୍ୟର ସର୍ବବୃହତ ସାମ୍ବାଦିକ ସଂଗଠନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସାମ୍ବାଦିକ ସଙ୍ଘ ( ଓ.ୟୁ.ଡବ୍ଲୁ.ଜେ) ପକ୍ଷରୁ ପ୍ରତେକ ବର୍ଷପରି ଏବର୍ଷ ମଧ୍ୟ ଖୋର୍ଦ୍ଧା ଜ଼ିଲ୍ଲା ଶାଖାପକ୍ଷରୁ ଗୋପବନ୍ଧୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଖୋର୍ଦ୍ଧାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ,ପାଉଁରୁଟି,କ୍ଷୀର ବଣ୍ଟନ କରିବା ସହିତ ଚିକିତ୍ସାଳୟ ପରିସର ସଫେଇ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବେଗୁନିଆ, ବୋଲଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,କଂଗ୍ରେସ ନେତ୍ରୀ ସୋନାଲି ସାହୁ ପ୍ରମୁଖ ଉପସ୍ଥିତରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରୋଗୀମାନଙ୍କୁ ଫଳବଣ୍ଟନ କରିଥିଲେ lଓ.ୟୁ.ଡବ୍ଲୁ. ଜେ. ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଭାରପ୍ରାପ୍ତ ଜ଼ିଲ୍ଲା ଚିକିତ୍ସା ଅଧିକାରୀ(ଡି.ଏମ.ଓ) ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ବରିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ, ଡାକ୍ତର ଆଲୋକ ଜ୍ୟୋତି ସାହୁ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ,ଓ. ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଆକାଶ ବିଶ୍ୱାଳ, ଲଳିତ ମୋହନ ମହାପାତ୍ର, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ପ୍ରବୀଣ ଭଞ୍ଜ, ମହମ୍ମଦ ମୋତାହାର ଯୁସୁଫ, ସୟଦ ଲିୟାକତ ଅଲ୍ଲୀ, ଜୋହେବ ହକ, ଧିରେନ ପ୍ରତିହାରୀ,ସଂଜୀବ ସେଠି, ଗୋପାଳ କୃଷ୍ଣ ପ୍ରଧାନ, ପ୍ରଦୀପ ବେହେରା, କୁତୁବଉଦିନ ଖାନ,ଶୁଭକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ l ମୁଖ୍ୟ ଅତିଥି ରାଜେନ୍ଦ୍ର କୁମାର ସାହୁ ତାଙ୍କ ବକ୍ତବ୍ୟ ରେ " ସାମ୍ବାଦିକ ମାନଙ୍କର ଏହିଭଳି ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିବା ସହିତ, ସମାଜ ର କଲ୍ୟାଣ ପାଇଁ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ l ଓ.ୟୁ.ଡବ୍ଲୁ.ଜେ, ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ସମସ୍ତ ସଦସ୍ୟ ଏବଂ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ l
Recent Comments