logo
add image
ଯୋଡ଼ା ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡ଼ା ଭୀମ ରାଓ ଆମ୍ବେଦକର ୧୩୪ତମ ଜନ୍ମ ଜୟନ୍ତୀ ପାଳିତ 

ଯୋଡ଼ା ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡ଼ା ଭୀମ ରାଓ ଆମ୍ବେଦକର ୧୩୪ତମ ଜନ୍ମ ଜୟନ୍ତୀ ପାଳିତ 

ଯୋଡ଼ା/କେନ୍ଦୁଝର,୧୫/୪(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର)ଗତକାଲି ସମବାର ଯୋଡ଼ା ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଭାରତରତ୍ନ ଡା ଭୀମରାଓ ଆମ୍ବେଦକର ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଏବଂ ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ବେଶ ଧୂମଧାମ ର ସହିତ ପାଳିତ ହୋଇଯାଇଛି।ସକାଳ ଆଠ ଘଟିକା ସମୟରେ ୱାର୍ଡ ନମ୍ୱର ୮ ସ୍ଥିତ ଯୋଡ଼ା ବସ୍ତି ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଯୋଡ଼ା ପୌରପାଳିକା ପୌରଦକ୍ଷ ଡା ଜଗଦୀଶ ପ୍ରସାଦ ସାହୁ, ସଂମ୍ମାନିତ ଅଥିତି ଭାବେ ଉପାଧ୍ୟାକ୍ଷା ସନ୍ଧ୍ୟା ପାତ୍ର, କାଉନସିଲର ଶ୍ରୀମାନ ଶୁଭମ ନାଏକ ଏବଂ ଯୋଡ଼ା ବିଶ୍ଵ ହିନ୍ଦୁ ପରିଷଦ ର ସଭାପତି ରଞ୍ଜିତ ମହାକୁଡ଼, ସମ୍ପାଦକ ମହେନ୍ଦ୍ର ମହାପାତ୍ର,ଯୋଡ଼ା ନଗର ବିଜେପି ସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ ଏବଂ ଡ଼ା ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଏହାପରେ ଏକ ସଭାର ଆୟୋଜନ କରାଯାଇଥିଲା ଓ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ ଡ଼ା ଆମ୍ବେଦକର ଙ୍କ ମହାନତା ଉପରେ ବକ୍ତବ୍ୟ ଦେଇଥିଲେ।ତାହାପରେ ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଓଡିଶା ନବବର୍ଷ ଏବଂ ପଣା ସଂକ୍ରାନ୍ତି ଅବସରରେ ପଣା ବଣ୍ଟନ କରାଯାଇଥିଲା।ସନ୍ଧ୍ୟା ସାତ ଘଟିକା ସମୟରେ ସ୍ମୃତି କମିଟି ତରଫରୁ ଆମ୍ବେଦକର ଙ୍କ ଜୀବନୀ ଏବଂ ସଂଘର୍ଷ ଉପରେ ଏକ ସଭା ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ଫୋୖଡେସନ ର ମୁଖ୍ୟ ଏବଂ ସଂମ୍ମାନିତ ଅତିଥି ଭାବେ ପାତ୍ର ତନ୍ତୀ କଲ୍ୟାଣ ସମିତି,ଯୋଡ଼ା ପ୍ରତିନିଧି ଭାବେ ମାୟାଧର ପାତ୍ର, ସଞ୍ଜୟ ପାତ୍ର,କାଉନସିଲର ଶୁଭମ ନାଏକ, ଯୋଡ଼ା ବସ୍ତି ର ମୁଖିଆ ପ୍ରଫୁଲ ନାଏକ ଯୋଗ ଦେଇଥିଲେ | ଡା ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଦିନ ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା କେକ କାଟି ଜନ୍ମଦିନ ପାଳନ କରାଯାଇଥିଲା |ସନ୍ଧ୍ୟା ଆଠ ଘଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ପାଲା ଗାୟକ ଦେବେନ୍ଦ୍ର ଖିଲାର କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ଆମ୍ବେଦକର ସ୍ମୃତି କମିଟି ତରଫରୁ ଆୟୋଜିତ ହୋଇଥିବା ବେଳେ,ପାତ୍ର ତନ୍ତୀ କଲ୍ୟାଣ ସମିତି,ଯୋଡ଼ା ସହଯୋଗ କରିଥିଲା |ସମାଜସେବୀ ରଞ୍ଜିତ ମହାକୁଡ଼,ସଭାପତି ଭାସ୍କର ବେଣିପୁରୀ,ସମ୍ପାଦକ ଗୋକୁଳ ପାତ୍ର,ନରେଶ କୁମାର ପାତ୍ର,ସନ୍ତୋଷ ବାରିକ,ଟଙ୍କଧର ପାତ୍ର,ଶିବ ଚରଣ ବେହେରା,ସଞ୍ଜୟ ପାତ୍ର,ମାୟାଧର ପାତ୍ର,ଅନି ପାତ୍ର,ନିରୁପମା ନାଏକ,ଦୀପା ନାଏକ,ମଧୁ ନାଏକ ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ |
 

Recent Comments

Leave Comments

Top