logo
add image
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଘେରାଉ ଓ ଶୋଭାଯାତ୍ରା

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଘେରାଉ ଓ ଶୋଭାଯାତ୍ରା

 କେନ୍ଦୁପତ୍ର ତୋଳାଳୀଙ୍କ କଥା ସଂସଦ ଓ ବିଧାନସଭାରେ ନ ଉଠେଇଲେ, ସାଂସଦ ଓ ବିଧାୟକଙ୍କୁ ବିରୋଧ ନିଷ୍ପତି l
ଆଠମଲ୍ଲିକ/ସମ୍ବଲପୁର/୨୫/୪/୨୦୨୫/(ଆଧାର ମିଡ଼ିଆ)-ଆଜି ଆଠମଲ୍ଲିକ କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆଠମଲ୍ଲିକ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟିଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟାବିବାହ ସହାୟତା ବାତିଲ, ସର୍ବନିମ୍ନ ମଜୁରୀ ବୃଦ୍ଧିଗତ ଜୁଲାଇମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ବି ଶିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧିରେ ବିଳମ୍ବ,.ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧିରେ ବିଳମ୍ବ ଏବଂ ବିଶେଷ ଭାବରେ ତ୍ରୁଟିପୂର୍ଣ୍ଣ କେଏଲଡିବିରେ ସଂଶୋଧନ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରିପ୍ରତି ଦରବୃଦ୍ଧି କରିବା ଘୋଷଣା ହୋଇଥିବା ସତ୍ୱେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରିପ୍ରତି ଦରବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା ।
ପ୍ରକାଶ ଥାଉ କି ମୁଖ୍ୟମନ୍ତ୍ରୀଙ୍କ ଜଣ ଶୁଣାଣିରେ ୧୦ ହଜାର ଦସ୍ତଖତ ସମ୍ମଲିତ ଦାବୀପତ୍ର ସଂଘ ପକ୍ଷରୁ ଦିଆଯାଇ ଉପୋରକ୍ତ ଦାବୀ ସମୂହକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ରଖାଯାଇ ଥିବା ବେଳେ ସେହି  ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରକୁ ଯାଇ ପିସିସି ଏଫ୍ କନ୍ୟା ସହାୟତା ଘୋଷଣାକୁ ବାତିଲକରି ଚିଠି କରିବା ଘଟଣାକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ସରକାରଙ୍କ ଘୋଷିତ ଯୋଜନାକୁ ପି ସି ସି ଏଫ୍ ବାତିଲ କରିବା ନିନ୍ଦନୀୟ.
ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି ଉଦବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ମାନଙ୍କର ଅସନ୍ତୋଷ ବୃଦ୍ଧି ସହ  ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସତର୍କ କରାଇଥିଲେ ।ଆଜି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଷ୍ଟାଡିୟମ ଠାରୁ ଡି.ଏଫ.ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମ ରେ ପହଞ୍ଚି ଡି.ଏଫ.ଓ ଜ୍ୟୋତି କୋଟାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଦାବୀ ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇ ଥିବା  ସହ ଏହି ଦାବୀ ପତ୍ରରେ ଶତାଧିକ ତୋଳାଳୀ ଓ ଶ୍ରମିକ ମାନେ ଦସଖସ୍ତ କରିଛନ୍ତି ।
କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ ତାହେଲେ ସାରା ରାଜ୍ୟରେ ସଂଘ  ପକ୍ଷରୁ ଏକ ସୁତ୍ରି ଆନ୍ଦୋଳନକୁ  ତୀବ୍ର କରାଯିବାର ଘୋଷଣା କରାଯାଇଛି।ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ଉପସଭାପତି ତଥା ଆଠମଲ୍ଲିକ ଡିଭିଜନ ସମ୍ପାଦକ ବିନୋଦ ପ୍ରଧାନ, ଯୁଗ୍ନ ସମ୍ପାଦକ ନବକୁମାର ମାହାର, ଅନାଦି ସାହୁ ,ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଅଭୟ କୁମାର ପ୍ରଧାନ, ଧରଣୀଧର କମ୍ପା, ନିରଞ୍ଜନ ଦେହୁରୀ, ରମେଶ ଚନ୍ଦ୍ର ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ଧୀରେନ୍ଦ୍ର ସାହୁ, ହୃଷିକେଶ ପ୍ରଧାନ ଏବଂ ତୋଳାଳିଙ୍କ ମଧ୍ୟରେ ଅଞ୍ଜଳି ପ୍ରଧାନ, ଲକ୍ଷ୍ମୀ ରଣା, ବେଟିଖାଇ ବଘାର, ସମିତ୍ରା ମାଝୀ, କାଦମ୍ବିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲ

Recent Comments

Leave Comments

Top