logo
add image
ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର/୩/୦୫/୨୦୨୫/(ଆଧାର ମିଡ଼ିଆ)-ମେ ମାସ ୩ତାରିଖକୁ ସାରାବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସରୂପେ ପାଳନ କରିଆସୁଛି।ବଲାଙ୍ଗିର ସାମ୍ବାଦିକ ଭବନଠାରେ ଏସ ୟୁ ଯେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏହି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୋଗଦେଇ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟରେ ଅନେକ ଦୃଷ୍ଟାନ୍ତଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସେ କହିଥିଲେ ସାମ୍ବାଦିକତା କରିବାକୁ ହେଲେ ସୁକ୍ରୁ,ଡୁଗ୍ରୁ ଭଳିଆ ଲୋକଙ୍କ ଉପରେ ଗ୍ରାଉଣ୍ଡ ଜିରୋକୁ ଯାଇ ଦୃଷ୍ଟାନ୍ତ ମୂଳକ ଲେଖା ପରିବେଷଣ କରିବା ଜରୁରୀ ବୋଲି  କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏସ ୟୁ ଯେ ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ଶାଖା ସମ୍ପାଦକ ରଘୁ ନନ୍ଦନ ସିଂ ସଭା ପରିଚାଳନା କରିଥିଲେ।ଜିଲ୍ଲା ଶାଖା ସଭାପତି ଶରତ ମହାକୁଡ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ।ଦୈନିକ ଖବର କାଗଜ ଧରିତ୍ରୀର ଜିଲ୍ଲା ପ୍ରତିନିଧି ବିରେନ୍ଦ୍ର କୁମାର ଝାଙ୍କର ଆଗାମୀ ଦିନରେ ଗଣମାଧ୍ୟମ କେତେ ସୁରକ୍ଷିତ ସେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।ନିଉଜ୍ ଲେଖିଲା ବେଳେ ଅନେକ ବିଷୟକୁ ଦୃଷ୍ଟି ଆଗରେ ରଖି ସଠିକ୍ ତଥ୍ୟଦେଇ ଖବର ପରିବେଷଣ କରିବା ପାଇଁ ସୂଚାଇ ଦେଇଥିଲେ।କଥା କହିବା ସ୍ଵାଧୀନତାରେ ଅଙ୍କୁଶ ଲାଗିଥିବା ବେଳେ ଖବର ଲେଖିଲା ବେଳେ ମଧ୍ୟ ସଚେତନ ରହିବାକୁ ପଡିବ ବୋଲି ସେ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
କିଛି ଅଣସାମ୍ବାଦିକ ମାନଙ୍କ ପ୍ରଦୂର୍ଭାବ ଯୋଗୁଁ ସାମ୍ବାଦିକ ଜଗତ ବଦନାମ ହେଉଥିବା ପ୍ରସଙ୍ଗ ମାଧ୍ୟମରେ ସୂଚାଇ ଦେଇଥିଲେ ।ଶିକ୍ଷ୍ୟାବିତ୍ ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମ ର ସ୍ଵାଧୀନତା ଉପରେ ଲାଗୁଥିବା ଅଙ୍କୁଶ ଦେଶ ତଥା ସମାଜପାଇଁ କଲ୍ୟାଣକାରୀ ନୁହେଁ ବୋଲି କହିଥିଲେ।ବରିଷ୍ଟ ସାମ୍ବାଦିକ ବିମଳ ଚରଣ ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନାରଦ ଏବଂ ସାମ୍ବାଦିକ ମଧ୍ୟରେ ଥିବା ସମନ୍ୱୟ ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ ନାରଦ ସାମ୍ବାଦିକଙ୍କ ଭୂମିକା ତୁଲାଉଥିବା ବେଳେ ତାଙ୍କର ସମ୍ପୂର୍ଣ ସ୍ଵାଧୀନତା ଥିଲା।ଏଣୁ ସମାଜରେ ସ୍ବଚ୍ଛତା ପାଇଁ ଗଣମାଧ୍ୟମର ସ୍ଵାଧୀନତା ଆବଶ୍ୟକ ବୋଲି ସେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ।
ବରିଷ୍ଠ ସାମ୍ବାଦିକ ତଥା ଏସ ୟୁ ଯେ ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମର ସ୍ଵାଧୀନତା କେତେ ଜରୁରୀ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସାମ୍ବାଦିକ ଚିତ୍ତ ରଞ୍ଜନ ମିଶ୍ର,ବଜ୍ରବାହୁ ନାମକୁ ନେଇ ତାଙ୍କ ବକ୍ତବ୍ୟରେ,ବାଜ୍ରବାହୁ ଏକ ଅକର୍ମଣ୍ୟ ବ୍ୟକ୍ତିତ୍ଵ ଉପରେ ସମାଲୋଚନା ମୂଳକ ଭାବରେ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ମୋଲାନା,ମୁକେଶ ବହିଦାର,ସୁଧୀର ମିଶ୍ର ଗଣମାଧ୍ୟମ ସ୍ଵାଧୀନତା ଉପରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ପବନ ବଂଶଲ୍,ଜୟପ୍ରକାଶ ମଟାରି,ସନ୍ତୋଷ ଠାକୁର,ସଞ୍ଜୟ ରଥ,ବଳରାମ ମିଶ୍ର,ବିନୋଦ ଦୀପ,ବାଳକୃଷ୍ଣ ଷଡ଼ଙ୍ଗୀ,ମହେନ୍ଦ୍ର ପଧାନ,ଚିତ୍ରସେନ ବେହେରା,ଦିଲୀପ ସାହୁ,ରାଧାକୃଷ୍ଣ ମିଶ୍ର,ବଣ୍ଟି ମିଶ୍ର,ପାର୍ଥବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଶେଷରେ ସାମ୍ବାଦିକ ରାଜେଶ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Recent Comments

Leave Comments

Top