logo
add image
 ଉନ୍ନୟନ କାମର ସମୀକ୍ଷା ପାଇଁ ବିଧାନସଭା ଗୃହ କମିଟିର ବୌଦ୍ଧଜିଲ୍ଲା ଗ୍ରସ୍ଥ

ଉନ୍ନୟନ କାମର ସମୀକ୍ଷା ପାଇଁ ବିଧାନସଭା ଗୃହ କମିଟିର ବୌଦ୍ଧଜିଲ୍ଲା ଗ୍ରସ୍ଥ

ବୌଦ୍ଧ/୨୩/୦୬/୨୦୨୫/(ଆଧାର ମିଡ଼ିଆ)- ଆଜି ବୌଦ୍ଧ ଜିଲ୍ଲାକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ଙ୍କ ନେତୃତ୍ୱରେ ଓଡିଶା ବିଧାନସଭା ଗୃହ କମିଟିର ଏକ ପ୍ରତିନିଧି ମଣ୍ଡଳୀ  ବୌଦ୍ଧଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସୋମବାର ଅପରାହ୍ନ ଏହି କମିଟିର ସଦସ୍ୟମାନେ ବୌଦ୍ଧ ବ୍ଲକର ବାଉଁଶୁଣୀ ସ୍ଥିତ ମା ମାହେଶ୍ୱରୀ ମନ୍ଦିର ଓ ଶିବ ମନ୍ଦିରରେ ପହଞ୍ଚି ପରିସର ପରିଦର୍ଶନ କରିବା ସହିତ ମନ୍ଦିର ଦୁଇଟିର ଉନ୍ନୟନ କାର୍ଯ୍ୟ ସଂପର୍କରେ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଖୁଣ୍ଟବନ୍ଧ ଧାନ ମଣ୍ଡିରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।
ପରେ ମୁରୁଷୁଣ୍ଢି ଗ୍ରାମ ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ଦେଖିବା ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ତଦାରଖ କରିଥିଲେ । ସେଠାରୁ ସରଣ୍ଡା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ଉପରେ ଅନୁଧ୍ୟାନ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଫେରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟନେଇ ସମୀକ୍ଷା କରିଥିଲେ ।
ବୈଠକରେ ଜଳସେଚନ,ପର୍ଯ୍ୟଟନ,ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା,ମଧ୍ୟାହ୍ନ ଭୋଜନ ଆଦି ବିଭିନ୍ନ ବିଭାଗର ସମୀକ୍ଷା ହୋଇଥିବା ଜଣାପଡିଛି । ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ,ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ମାଲକାନଗିରି ବିଧାୟକ ନରସିଂ ମାଡକାମୀ,ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ,ଉପଜିଲାପାଳ ପ୍ରବୀଣ କୁମାର ବାଣୁଆ ଓ ବୌଦ୍ଧ ବ୍ଲକ ବିଡିଓ ଯୁଧିଷ୍ଠିର ମେହେରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Recent Comments

Leave Comments

Top