logo
add image
ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ -

ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ -

ସୁବର୍ଣ୍ଣପୁର/୦୨/୦୭/୨୦୨୫/(ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ତ ଅର୍ଜୁନପୂର ସ୍ଥିତ ନଗରବନ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସି ଡି ଏମ୍ ପି ଏଚ୍ ଓ ଦୁର୍ଗାଦତ୍ତ ଦାଶ, ଜିଲ୍ଲା ଜଳ ବିଭାଜିକା ବିଭାଗର ଡେପୁଟି ଡାଇରେକ୍ଟର,ସି ଡି ଭି ଓ, ଏ ସି ଏଫ୍ ସୋନପୁର ଗିରିଧାରୀ ନାଗ, ଏ ସି ଏଫ୍ ଶ୍ରୀ ବରିହା, ସୋନପୁର ରେଞ୍ଜ ଅଫିସର ସୁବାଷ ମହାପାତ୍ର ପ୍ରମୁଖ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ସ୍ବେଛାସେବୀ,ବରିଷ୍ଠ ନାଗରିକ ଯୋଗ ଦେଇ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ l ଜିଲ୍ଲା ବରିଷ୍ଠ ନାଗରିକ ଓ ସ୍ବଚ୍ଛ ଭାରତ ସଙ୍ଗଠନ କର୍ମ କର୍ତ୍ତା, ବିଭିନ୍ନ ସ୍ଵେଚ୍ଛାସେବୀ  ଅନୁଷ୍ଠାନ ଯୋଗଦେଇ ପ୍ରମୁଖ ସଦସ୍ୟ , ଶିକ୍ଷକ, ଓ କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ଉତ୍ସବରେ ଯୋଗଦେଇ ଚାରା ରୋପଣ କରିଥିଲେ l
ଆଜି ପ୍ରଥମ ଦିନରେ ପ୍ରାୟ ଦୁଇହଜାର ବୃକ୍ଷ ରୋପଣ କରାଯିବା ନେଇ ଜିଲ୍ଲା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଭ୍ରାମ୍ୟମାଣ ଚାରାବଣ୍ଟନ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଓ ଏସପି lଏହି ଯାନରେ ଚାରା ପ୍ରତି ଏକଟଙ୍କା ଦରରେ ସହର ଓ ଜିଲ୍ଲା ସାରା ବୁଲି ବୁଲି ଚାରା ବିକ୍ରୟ କରାଯିବ । ଗତ କାଲି ୧ ତାରିଖ ଠାରୁ ଆସନ୍ତା ୭ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ବନ ବିଭାଗର ସମସ୍ତ ରେଞ୍ଜରେ ବନ ମହୋତ୍ସବ ପାଳନ ସହିତ ଔଷଧୀୟ ବୃକ୍ଷ ଓ ଅନେକ ପ୍ରକାର ଚାରା ରୋପଣ ଓ ବିକ୍ରୟ କରାଯିବ ବୋଲି ସୁଚନା ମିଳିଛି l
ଜିଲ୍ଲାପାଳ ଓ ଏସପି ନଗର ବନ ୱାଚ୍ ଟାୱାରରେ ବସି ପ୍ରାକୃତିକ ପରିବେଶକୁ ଉପଭୋଗ କରି ଏ ସୁନ୍ଦର ସଫଳ ପ୍ରକଳ୍ପ ଓ ବିଭାଗର ହାଡ୍ ୱାର୍କ ପାଇଁ  ଡି ଏଫ୍ ଓ ଶ୍ରୀ ଶର୍ମାଙ୍କୁ ପ୍ରଶଂସା କରିଥିଲେ l  ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲାର ସମସ୍ତ ରେଞ୍ଜ ଅଫିସର ଓ କର୍ମଚାରୀ ସହଯୋଗ କରିଥିଲେ l

Recent Comments

Leave Comments

Top