ସମ୍ବଲପୁର/୦୮/୦୭/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି କୁମ୍ପଟିଆପଡାର ଜଣେବୃଦ୍ଧା ମହିଳା ଗତକାଲି ଠାରୁ ଗାଧୋଇ ଯାଇ ଥିବାବେଳେ,ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ବାରମ୍ବାର ଖୋଜା ଖୋଜି କଲାପରେ,ଗତକାଲି ରାତିପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ନିରାଶ ହେବା ପରେ ଆଜି ସକାଳେ ରେଙ୍ଗାଲି ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଘଣାସ୍ଥଳରେ ପହଞ୍ଚି ବହୁ ଖୋଜି କରିଥିଲେ l ଘଟଣା ସ୍ଥଲରୁ ପ୍ରାୟ ପାଞ୍ଚ/ଛଅ କିଲୋମିଟର ଦୂରରେ ଏକ ବୃକ୍ଷରେ ଗୋଟିଏ ଶାଢ଼ୀ ଓହଲି ଥିବାର ଦେଖିପାରି ପାଖକୁ ଅଗ୍ନିଶମ ବାହିନୀର କିଛିବ୍ୟକ୍ତି ପହଞ୍ଚିଥିଲେ ଏବଂ ସେଠାରେ ଵୄକ୍ଷ ଉପରେ ସେହି ବୃଦ୍ଧା ମହିଳା ଜଣକୁ ପାଇଥିଲେ ଓ ତାଙ୍କୁ ଉଦ୍ଧାର କରିଥିଲେ।ପାଞ୍ଚ କିଲୋମିଟର ବନ୍ୟାଜଳରେ ଭାସିଯାଇ ମହିଳା ବୃଦ୍ଧାଜଣକ ଗଛ ଉପରେ ଦୀର୍ଘ ୨୦ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲେ ।ଏହା କେବଳ ଭଗବାନଙ୍କ ଆଶୀର୍ବାଦରୁ ସମ୍ଭବ ବୋଲି ସାଧାରଣରେ ଚର୍ଚା ହେଉଛି। ମହିଳାଜଣକ ସୁସ୍ଥଅଛନ୍ତି ।
Recent Comments