logo
add image
ଶୋଚନୀୟ ରାସ୍ତା-ଲୋକେ ହୀନସ୍ତା

ଶୋଚନୀୟ ରାସ୍ତା-ଲୋକେ ହୀନସ୍ତା

ଗୁଣୁପୁର/ରାୟଗଡା/ ୨୫/୭/୨୦୨୫/(ଆଧାର ମିଡ଼ିଆ//ନୃସିଂହ ମହାନ୍ତି)- ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡା ଗ୍ରାମରେ ଦେଖାଯାଇଛି ରାସ୍ତା ସମସ୍ୟା । ଗୁଣୁପୁର ସହରକୁ ଲାଗି ରହିଥିଲେ ମଧ୍ୟ ଏହି ଗ୍ରାମ ଚାଲକମବା ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି । ଗ୍ରାମର ଆଶ୍ରମ ସାହିରେ ଦେଖିବାକୁ ମିଳିଛି ରାସ୍ତା ସମସ୍ୟା । ଏହି ସାହିରେ ଥିବା ଢଳେଇ ରାସ୍ତା ଅସମ୍ପୂର୍ଣ୍ଣ ହୋଇ ଦୀର୍ଘ ୮ ବର୍ଷ ଧରି ପଡ଼ିରହିଛି । ସାହିର ପ୍ରାୟ ୬୦ ମିଟର ଢଳେଇ ହୋଇଥିବା ବେଳେ ବାକି ପ୍ରାୟ ୧୦୦ ମିଟର ସେମିତି ମାଟିରହିଛି । ବର୍ତ୍ତମାନ ବର୍ଷା ଲାଗିରହିବା ଯୋଗୁଁ କାଦୁଅ ହେବାସହ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ଡ୍ରେନ ଗୋଟିଏ ପାଖରେ ଧସିଯାଇ ପୋତି ହୋଇଯିବା ଯୋଗୁଁ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମିରହୁଛି । ମାଟି କାଦୁଅ ରାସ୍ତାରେ ସାହି ବାସିନ୍ଦାମାନେ ଯାତାୟତ ବେଳେ ଗୋଡ଼ଖସି ଆହତ ମଧ୍ୟ ହେଉଛନ୍ତି ।
ଲୋକେ ଏଇବାଟ ଦେଇ ବିଲ ବାଡିକୁ ଯାତାୟତ କରୁଥିବା ବେଳେ ପ୍ରତିଦିନ ମୋଟର ସାଇକେଲରୁ ଟ୍ରାକ୍ଟର ପର୍ଯ୍ୟନ୍ତ ଚଳାଚଳ କରୁଛି । ନୂଆଗାଁ ଓ ଜଲତାର ଯିବାକୁ ଏଇ ରାସ୍ତା ଉପରେ ଅନେକ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । ସେହିଭଳି ସାହିରେ ନୂତନ ନଳକୂପ ଖନନ ଓ ବିଜୁଳିବତୀ ସମସ୍ୟା ମଧ୍ୟ ରହିଛି । ଏସବୁର ସମସ୍ୟା ସମ୍ପର୍କରେ ବାରମ୍ବାର ଗ୍ରାମବାସୀ ପଞ୍ଚାୟତ ରେ ଲିଖିତ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରି ନାହିଁ । ତେଣୁ ଆଜି ଗ୍ରାମବାସୀ ମାନେ ଗୁଣୁପୁର ବ୍ଲକ୍ ପ୍ରଶାସନ ନିକଟରେ ଲିଖିତ ଭାବେ ସମସ୍ୟାର ସମାଧାନ ପାଇଁ ଜଣେଇ ଥିଲେ । ନାଏବ ସରପଞ୍ଚ ବ୍ରଜ ଶବର, ୱାର୍ଡ ସଭ୍ୟ ଗୌରଚନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ବଳରାମ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଅକ୍ଷୟ ରଞ୍ଜନ ମହାନ୍ତି, ଦୟାନିଧି ପଣ୍ଡା,ରାମଚନ୍ଦ୍ର ବେବର୍ତ୍ତା ପ୍ରମୁଖ ଯୋଗଦେଇ ଥିଲେ 

 

Recent Comments

Leave Comments

Top