logo
add image
ଚତୁର୍ଥ ରାଜ୍ୟସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ଚତୁର୍ଥ ରାଜ୍ୟସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ବାଲିଗୁଡା/୨୫/୦୮/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣ୧୦ର. ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟଗ୍ରାଫି ଦିବସ ଉପଲକ୍ଷେ ଆୟୋଜିତ ହୋଇଯାଇଛି. ୪ର୍ଥ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ - ୨୦୨୫। ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଫୋଟୋ ଗ୍ରାଫର ମାନେ ଯୋଗଦେଇ ନିଜ ନିଜର ଆକର୍ଷଣୀୟ ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ l ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସୁରେନ୍ଦ୍ର କୁମାର ବେହେରା (ବୁଲୁ ) ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଠାଇଥିବା ୫ ଟି ଫଟୋ ମଧ୍ୟରୁରୁ ୩ ଟି ଫଟୋ ସ୍ଥାନପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି I ସମଗ୍ର କନ୍ଧମାଳ ଜିଲାରୁ ବୁଲୁ ଜଣେମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି l ଏ ନେଇ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Recent Comments

Leave Comments

Top